ଅଷ୍ଟ୍ରେଲିଆ ବୋଲରଙ୍କୁ ସଚିନଙ୍କ ଉଚ୍ଚପ୍ରଶଂସା

ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ବୋଲର ଯେପରି ପ୍ରଦର୍ଶନ କଲେ; ତାହାକୁ ଉଚ୍ଚପ୍ରଶଂସା କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ପ୍ରଥମ ଇନିଂସରେ ଭାରତ ଆଗୁଆ ରହିବା ସତ୍ତ୍ବେ ୨ୟ ଇନିଂସରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ନୈରାଶ୍ୟଜନକ ପ୍ରଦର୍ଶନ କରିବାରୁ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ମ୍ୟାଚ୍ ପରେ ସଚିନ ଟ୍ବିଟ୍ କରି ଲେଖିଥିଲେ- ମ୍ୟାଚ୍‌ର ୩ୟ ଦିନରେ ଅଷ୍ଟ୍ରେଲିଆର ବୋଲର ଯେପରି ବୋଲିଂକଲେ; ତାହା ବାସ୍ତବିକ ପ୍ରଶଂସନୀୟ। ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ୍ ପଠାନ୍‌ ଭାରତୀୟ ଦଳକୁ ସମାଲୋଚନା କରିବା ସହ ଦଳ ୨ୟ ଇନିଂସରେ ଭଲ ବ୍ୟାଟିଂ କରିନପାରିବା ଦୁର୍ଭାଗ୍ୟଜନକ ବୋଲି ଦର୍ଶାଇଛନ୍ତି।

Comments are closed.