ଜମଜ ପୁତ୍ରଙ୍କୁ ଜନ୍ମ ଦେଲେ ପୁତିନଙ୍କ ପ୍ରେମିକା ଆଲିନା କାବାଏଭା

ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ପ୍ରେମିକା ଭାବେ ପରିଚିତ ପୂର୍ବତନ ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜୟନୀ ଜିମନାଷ୍ଟ ଆଲିନା କାବାଏଭା ମାତୃତ୍ବ ଲାଭ କରିଛନ୍ତି। ସେ ଜମଜ ପୁତ୍ରଙ୍କ ଜନନୀ ହୋଇଥିବା ଜଣାପଡ଼ିଛି। କ୍ରୀଡ଼ା ଜଗତରୁ ଅବସର ନେବା ପରେ ଆଲିନା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ରେ ସଂସଦ ପଦରୁ ଅବ୍ୟାହତି ନେବା ପରେ ୩୬ବର୍ଷିଆ ଆଲିନା ମଡେଲିଂ କରୁଥିଲେ। ସମ୍ପ୍ରତି ତାଙ୍କ ମାଲିକାନାରେ ଏକ ଗଣମାଧ୍ୟମ ସଂସ୍ଥା ଚାଲିଛି। ଆଲିନା ପ୍ରସବ ପାଇଁ ଚଳିତ ମାସ ପ୍ରାରମ୍ଭରେ ସ୍ଥାନୀୟ କୁଲା​‌େ​‌କାଭ ପ୍ରସୂତି ଓ ସ୍ତ୍ରୀ ରୋଗ ଗବେଷଣା କେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ଇଟାଲୀୟ ଡାକ୍ତର ଅ​‌େ​‌ସ୍ତ୍ରାପଚାର ମାଧ୍ୟମରେ ତାଙ୍କର ପ୍ରସବ କରାଇଥିଲେ। ତେବେ ଆଲିନାଙ୍କ ମାତୃତ୍ବ ସମ୍ପର୍କରେ ତୁରନ୍ତ କୌଣସି ଖବର ପ୍ରସାରିତ ହୋଇ ନ ଥିଲା। ପୁତିନଙ୍କଠାରୁ ପ୍ରୟା ୩୦ବର୍ଷ ସାନ ଆଲିନା ଦେଶରେ ‘ସିକ୍ରେଟ୍‌ ଫାଷ୍ଟ ଲେଡି’(ଗୋପନୀୟ ପ୍ରଥମ ମହିଳା) ଭାବେ ଜଣାଶୁଣା। ସେ ୨୦୦୮ରେ ସ୍ବିଜରଲାଣ୍ଡର ଏକ ଘରୋଇ ଡାକ୍ତରଖାନାରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିବା କୁହାଯାଏ। ୨୦୦୪ରୁ ପୁତିନଙ୍କ ସହିତ ଆଲିନାଙ୍କ ସମ୍ପର୍କ ରହିଛି; କିନ୍ତୁ ଏହାକୁ ସେ ଅସ୍ବୀକାର କରିଆସୁଛନ୍ତି। ୨୦୧୩ରେ ପୁତିନ ପତ୍ନୀ ଲ୍ୟୁଡମିଲା ସେର୍ବନେଭାଙ୍କ ସହିତ ତିନି ଦଶନ୍ଧିର ବୈବାହିକ ସମ୍ପର୍କ ତୁଟାଇଥିଲେ। ଲ୍ୟୁଡମିଲା ଓ ପୁତିନଙ୍କର ଦୁଇ ଝିଅ ଅଛନ୍ତି।

Comments are closed.