ନାଟୋ ମୁଖ୍ୟଙ୍କ ଦାବି: ୟୁକ୍ରେନ ଜିତିବ

କିଭ୍‌: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟୁ ନଥିବାବେଳେ ଏହାର ଫଳାଫଳକୁ ନେଇ ଆଶଙ୍କା ଲାଗି ରହିଛି। ଫେବୃଆରୀ ୨୪ରୁ ଆରମ୍ଭ ଏହି ଯୁଦ୍ଧର ଅନ୍ତ ଖୁବ୍‌ଶୀଘ୍ର ହେବ ଓ ରୁଷ୍ ବିଜୟୀ ହେବ ବୋଲି ବିଶ୍ବ ସମୁଦାୟ ଆକଳନ କରିଆସୁଥିଲେ। ମାତ୍ର ଯୁଦ୍ଧକୁ ୮୧ ଦିନ ବିତିଥିବାବେଳେ ଯୁଦ୍ଧର ଫଳାଫଳ ୟୁକ୍ରେନ ଆଡକୁ ଢଳିବାରେ ଲାଗିଛି। ରବିବାର ନାଟୋର ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି ଯେ ଏହି ଯୁଦ୍ଧରେ ୟୁକ୍ରେନ ବିଜୟୀ ହେବ। ଏହା ସହିତ ଯୁଦ୍ଧରେ ନାଟୋ ୟୁକ୍ରେନକୁ ସହଯୋଗ ଜାରି ରଖିବ। ଅନ୍ୟପଟେ ୟୁକ୍ରେନ ଆଜି ଆମେରିକାର ଏମ୍-୭୭୭ ହାୱିଜର କ୍ଷେପଣାସ୍ତ୍ରକୁ ମୁତୟନ କରିଛି। ଆମେରିକା ଆହୁରି ୯୦ଟି ଏମ୍-୭୭୭ କ୍ଷେପଣାସ୍ତ୍ର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।

Comments are closed.