ଆହୁରି ଭୟଙ୍କର ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ; ପରମାଣୁ ପକାଇବେ ପୁଟିନ୍ !

ନୂଆଦିଲ୍ଲୀ: ଆହୁରି ଭୟଙ୍କର ହୋଇପାରେ ରୁଷ-ୟୁକ୍ରେନ୍ ଯୁଦ୍ଧ । ମାସ ମାସ ଧରି ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିବା ବେଳେ, ବର୍ତ୍ତମାନ ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । କାରଣ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ଦେଇଥିବା ନଜର ଆସିଛି । ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ରୁଷ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ।

ତାଙ୍କ ବାର୍ତ୍ତାରେ ଆଗକୁ ପରମାଣୁ ବୋମା ପ୍ରୟୋଗ କରିବା ନେଇ ଧମକ ଦେଇଥିବା ଦେଖିବାକୁ ମିଳିଛି । ପୁଟିନ୍ କହିଛନ୍ତି କି, ଆଗକୁ ଦେଶ ଏକ ବଡ଼ ମୁକାବିଲାର ସାମ୍ନା କରିବ । ତେଣୁ ରୁଷବାସୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆକୁ ଧ୍ବଂସ କାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି ।

ୟୁକ୍ରେନକୁ ଅସ୍ତ୍ର କରି ରୁଷିଆକୁ ଧ୍ବଂସ କରିବାକୁ ଉଦ୍ୟମ କରାଯାଉଛି । ଯଦି ଆମ ଦେଶ ପ୍ରତି ବିପଦ ଆସେ ତେବେ ସମସ୍ତ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ସେ ସିଧାସିଧା ଟେଲିଭିଜନ ମାଧ୍ୟମରେ ଧମକ ଦେଇଛନ୍ତି । ଖାଲିସେତିକି ନୁହେଁ ସେ କହିଛନ୍ତି ଏହି ଲଢ଼େଇରେ ରୁଷିଆ ପାଖରେ ଥିବା ସବୁ ଅସ୍ତ୍ର ପ୍ରୟୋଗ କରାଯିବ ।

ସୂଚନା ଥାଉ କି, ପୂର୍ବରୁ ମଧ୍ୟ ରୁଷ ଖୁବଶୀଘ୍ର ୟୁକ୍ରେନ ଉପରେ ‘ପରମାଣୁ’ ଆକ୍ରମଣ ଆରମ୍ଭ କରିପାରେ ବୋଲି ସଙ୍କେତ ଦେଇଥିଲା । ୟୁକ୍ରେନ୍‌କୁ ଚେତାବନୀ ଦେବା ସହ ପୁଟିନଙ୍କ ଏହି ସମ୍ଭାବନା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ବାଧ୍ୟ କରୁଛି । ଖାଲି ସେତିକି ନୁ‌ହେଁ ରୁଷ ୟୁକ୍ରେନ୍‌ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରିବା ନେଇ ମଧ୍ୟ କହିଛି ।

Comments are closed.