ୟୁକ୍ରେନ୍‌କୁ ସାମରିକ ସହାୟତା ଯୋଗାଇବ ଆମେରିକା

ୱାସିଂଟନ୍‌: ୟୁକ୍ରେନ୍‌କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା । ସୈନ୍ୟ ସହାୟତା ପ୍ୟାକେଜ ଦେବାନେଇ ଆମେରିକା ୟୁକ୍ରେନ୍‌କୁ ପୁଣିଥରେ କହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜେଲେନସ୍କିଙ୍କ ସହ କଥା ହେବା ପରେ ଏହି ସହାୟତା ପୁଣି ଥରେ ଘୋଷଣା କରିଛନ୍ତି । ୟୁକ୍ରେନକୁ ୬ହଜାର କୋଟିର ସାମରିକ ସହାୟତା ଦେବାକୁ ଆମେରିକା ସୂଚନା ଦେଇଛି । ପୂର୍ବରୁ ମଧ୍ୟ ଆମେରିକା ୟୁକ୍ରେନ୍‌କୁ ସହାୟତା କରିଆସୁଛି । ଆର୍ଥିକ ଓ ସାମରିକ କ୍ଷେତ୍ରରେ ୟୁକ୍ରେନ୍‌ ସହ ରହିଆସିଛି ।

ଏବେ ବି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଆଜି ୫୬ ଦିନରେ ଯୁଦ୍ଧ ଜାରି ରହିଥିବା ବେଳେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିବାରେ ଲାଗିଛି ।  ରଣ କ୍ଷେତ୍ରରେ ୟୁକ୍ରେନ୍‌ର ସୈନିକଙ୍କୁ ରୁଷ ଚେତାବନୀ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

Comments are closed.