ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ଣ୍ଣାମେଣ୍ଟ, ଟିକାବାଲି ଦଳ ଚାମ୍ପିୟନ

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକର ବପଲମେଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାସାହି ଛକଠାରେ ଚାଲିଥିବା ସପ୍ତମ ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୪ଟି ଦଳ ଭାଗନେଇଥିବା ବେଳେ ଫାଇନାଲ୍ ମ୍ୟାଚ୍ ଟିକାବାଲି ଓ ରାଇକିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ୍‌ ମ୍ୟାଚ୍ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିବା ବେଳେ ଏଥିରେ ଟିକାବାଲି ଦଳ ୨-୧ ସେଟ୍‌ରେ ବିଜୟ ଲାଭ କରି ଚାମ୍ପିୟନ୍ ହୋଇଥିଲେ।

 

ପୁରସ୍କାର ବିତରଣ ଉତ୍ସବରେ ଫୁଲବାଣୀ ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚକାପାଦ ବ୍ଳକ ବିଜେଡ଼ି ସଭାପତି ରାଜେଶ କୁମାର ଦିଗାଲ, ଟିକାବାଲି ଜିଲା ପରିଷଦ ସଭ୍ୟ ପ୍ରଦୀପ ଦିଗାଲ, ଚକାପାଦ ବ୍ଳକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର , ସରପଞ୍ଚ ସୁଶାନ୍ତ ମଲିକ ଓ ସମୀର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବାହାଡ଼ାସାହିର ଆଞ୍ଚଳିକ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ସମସ୍ତ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷ ଦିନରେ ବହୁ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.