ଆରଟିଓ କର୍ମଚାରୀଙ୍କ ବଦାନ୍ୟତା, ଆହତ ଆଶାକର୍ମୀଙ୍କୁ ମେଡିକାଲରେ ପହଞ୍ଚାଇଲେ

ନବରଙ୍ଗପୁର: ସଡକ ଦୁର୍ଘଟଣାରେ ପୀଡିତ ଜଣେ କୋଭିଡ ଯୋଦ୍ଧା ଆଶାକର୍ମୀଙ୍କୁ ମେଡିକାଲରେ ପହଞ୍ଚାଇ ନବରଙ୍ଗପୁର ଜିଲ୍ଲା ଆରଟିଓ ଅଧିକାରୀ ମିଥୁନ ପ୍ରଧାନ ଦେଖାଇଲେ ମାନବିକତା । ନବରଙ୍ଗପୁର ସହର ଉପକଣ୍ଠ କୁକୁଡାକନାରୀ ଠାରେ ଟ୍ରାଫିକ ପୁଲିସ ଓ ଜିଲ୍ଲା ପୁଲିସର ମିଳିତ ଗାଡି ଯାଞ୍ଚ ସମୟରେ ପାପଡାହାଣ୍ଡିରୁ ନବରଙ୍ଗପୁର ଅଭିମୁଖେ ଗୋଟିଏ ବାଉଁଶ ବୋଝେଇ ଟ୍ରାକ୍ଟର ଓ ତା’ ପଛେ ପଛେ ଗୋଟିଏ ଅଟୋ ଆସୁଥିଲା । ଅସାବଧାନତା ଯୋଗୁଁ ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟରଟିକୁ ହଠାତ ପଛ ପଟେ ବୁଲାଇ ଦେଇଥିଲା । ଯାହାଫଳରେ ପଛରେ ଆସୁଥିବା ଏକ ଅଟୋ ସହିତ ଧକ୍କା ହେବାରୁ ଅଟୋରେ ବସି ନବରଙ୍ଗପୁର ମେଡିକାଲକୁ ନିଜ ସରକାରୀ କାର୍ୟ୍ୟ ପାଇଁ ଆସୁଥିବା ଡାବୁଗାଁ ବ୍ଲକ କେଲିଆର ଆଶାକର୍ମୀ ଲିପ୍ସା ପ୍ରଧାନ ଗୁରୁତର ଭାବେ ଆହତ ହୋଇଥିଲେ । ଗାଡି ଯାଞ୍ଚରେ ଥିବା ଆରଟିଓ ସବଇନ୍ସପେକ୍ଟର ମିଥୁନ ପ୍ରଧାନ କାର୍ୟ୍ୟରେ ନିୟୋଜିତ ଥିବା ନିଜ ସରକାରୀ ଗାଡିରେ ଆହତ କୋଭିଡ ଯୋଦ୍ଧା ଲିପ୍ସା ପ୍ରଧାନଙ୍କୁ ନବରଙ୍ଗପୁର ମୁଖ୍ୟଚିକିତ୍ସାଳୟକୁ ନେଇଥିଲେ ।

Comments are closed.