ପୂଜା ଛୁଟିରେ ବି ଖୋଲା ରହିବ ଆରଟିଓ

ଭୁବନେଶ୍ୱର: ପୂଜାଛୁଟିରେ ମଧ୍ୟ ଆରଟିଓ ୨ ଦିନ ପାଇଁ ଖୋଲା ରହିବ। ଏନେଇ କଟକସ୍ଥିତ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବଜ୍ଞପ୍ତି ପ୍ରକାଶ ପାଇଛି। ପୂଜାଛୁଟି ସମୟରେ ଅଧିକ ପରିମାଣର ଗାଡି ବିକ୍ରୀ ହେଉଥିବା କାରଣରୁ ଏହି ସମୟରେ ନୂଆ ଗାଡି ପଞ୍ଜୀକରଣ ଯେମିତି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏଠାରେସୂଚନା ଯୋଗ୍ୟ ଅକ୍ଟୋବର ୫ରୁ ୮ ତାରିଖ ଯାଏ ସରକାରୀ ଛୁଟି ଦିବସ ରହିଛି। ଏହି ଛୁଟି ଦିବସ ସମୟରେ ୨ ଦିନ ଅର୍ଥାତ ୫ ଏବଂ ୭ ତାରିଖରେ ଆରଟିଓ ଅପରାହ୍ନ ୩ଟରୁ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ଦୁଇ ଦିନ କେବଳ ଗାଡି ଡିଲର ମାନଙ୍କଠାରୁ ନୁଆ ଗାଡି ସମ୍ବନ୍ଧୀୟ କାଗଜପତ୍ର ଆରଟିଓଙ୍କ ଦ୍ୱାରା ଗ୍ରହଣ କରାଯିବ।

Comments are closed.