ଆରଟିଓ -୨କୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଆରଟିଓ -୧ରେ କରୋନା ପଜିଟିଭ ଚିହ୍ନଟ ପ୍ରଭାବରେ ଆରଟିଓ -୨କୁ ବୁଧୁବାର ବନ୍ଦ କରିଛି ବିଏମ୍‌ସି। ଆସନ୍ତା ସୋମବାର ପର୍ଯ୍ୟନ୍ତ ଆରଟିଓ -୨ର କାର୍ଯ୍ୟାଳୟ ବନ୍ଦ ରହିବ। ଆରଟିଓ -୧ର ଜଣେ କର୍ମଚାରୀଙ୍କ ସହଯୋଗୀ ପଜିଟିଭ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହାକୁ ବନ୍ଦ କରି ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.