ଅନେକ ପ୍ରସଙ୍ଗରେ ଭାରତୀୟଙ୍କର ଧୈର୍ଯ୍ୟ ଏବଂ ସମ୍ବେଦନଶୀଳତା ଦେଖିବାକୁ ମିଳିଛି : ମୋହନ ଭାଗବତ

ଆରଏସଏସ୍ ମୁଖ୍ୟାଳୟରେ ବିଜୟା ଦଶମୀ

ନାଗପୁର : ଦଶହରା ଅବସରରେ ପ୍ରତିବର୍ଷ ଭଳି ନାଗପୁରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମୁଖ୍ୟାଳୟରେ ଶସ୍ତ୍ର ପୂଜା କରାଯାଉଛି। ବିଜୟା ଦଶମୀ ଅବସରରେ ଆରଏସଏସର ଶସ୍ତ୍ର ପୂଜା କରିବାର ପରମ୍ପରା ରହିଛି। ଏହି ଅବସରରେ ସର ସଂଘ ପ୍ରମୁଖ ମୋହନ ଭାଗବତ ଲୋକମାନଙ୍କୁ ସମ୍ବୋଧିତ କରୁଛନ୍ତି। କରୋନା କଟକଣା ଯୋଗୁଁ ଏଥର କୌଣସି ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରିତ ଯାଇ ନାହିଁ। ଏହି କାର୍ଯ୍ୟକ୍ରମରେ ୫୦ ରୁ କମ୍ ସ୍ବୟଂ ସେବକ ଅଂଶଗ୍ରହଣ କରୁଛନ୍ତି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି, ‘୨୦୧୯ରେ ଧାରା ୩୭୦କୁ ଉଚ୍ଛେଦ କରାଗଲା, ତା’ପରେ ସୁପ୍ରିମକୋର୍ଟ ନଭେମ୍ବର ୯ ରେ ଅଯୋଧ୍ୟା ରାୟ ଦେଇଥିଲେ। ସାରା ଦେଶ ଏହି ରାୟକୁ ସ୍ବୀକାର କରିଛନ୍ତି । ଚଳିତ ବର୍ଷ ଅଗଷ୍ଟ ୫ରେ, ରାମ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଘଟଣାଗୁଡ଼ିକରେ ଆମେ ଭାରତୀୟମାନଙ୍କର ଧୈର୍ଯ୍ୟ ଏବଂ ସମ୍ବେଦନଶୀଳତା ଦେଖିଛୁ।’

ଆରଏସଏସ ପ୍ରମୁଖ କହିଛନ୍ତି ଯେ କରୋନା ମହମାରୀ କାରଣରୁ ଅନେକ ପ୍ରସଙ୍ଗକୁ ଚାପି ଦିଆଯାଇଛି।  ଭାରତରେ କରୋନା ଯୋଗୁଁ କମ୍ କ୍ଷତି ହୋଇଛି। କରୋନାର ମୁକାବିଲା ପାଇଁ ସତର୍କ ରହିବାକୁ ଅନେକ ନିୟମ କରାଯାଇଛି। ଧାରା ୩୭୦କୁ ଉଚ୍ଛେଦ କରାଗଲା। ଏହା ପରେ ସମସ୍ତେ ରାମ ମନ୍ଦିରର ରାୟକୁ ସଂଯମତାର ସହ ଗ୍ରହଣ କଲେ। ନାଗରିକତା ଆଇନ ଦ୍ବାରା କହାକୁ କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି ।

ସଂଘ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ମୋହନ ଭାଗବତ କହିଛନ୍ତି ଯେ ବିଶ୍ଵରେ ଅନ୍ୟ ଦେଶ ଅପେକ୍ଷା ଏହି ସଙ୍କଟ ପରିସ୍ଥିତିରେ ଭାରତ ଭଲ ସ୍ଥିତିରେ ରହିଛି । ଭାରତରେ ଏହି ମହାମାରୀର ବିନାଶର ପ୍ରଭାବ ଅନ୍ୟ ଦେଶ ତୁଳନାରେ କମ୍ ଦେଖାଯାଉଛି। ନାଗରିକତା ଆଇନ ବିରୁଦ୍ଧରେ ଏକ ବାତାବରଣ ସୃଷ୍ଟି ହୋଇଥିଲା।

ମୋହନ ଭଗବତ କହିଛନ୍ତି, ‘ଆମେ ଦେଖିଛୁ ସିଏଏ ବିରୋଧ ଦେଶରେ ଉତ୍ତେଜନା ସୃଷ୍ଟି କରାଗଲା । ଏହା ଉପରେ ଅଧିକ ଆଲୋଚନା ହେବା ପୂର୍ବରୁ ଚଳିତ ବର୍ଷ କରୋନା ଉପରେ ଧ୍ୟାନ ଦିଆଯାଇଥିଲା | ତେଣୁ ସାମ୍ପ୍ରଦାୟିକ ଉତ୍ତେଜନା କେବଳ କିଛି ଲୋକଙ୍କ ମନରେ ରହିଗଲା। କରୋନା ଅନ୍ୟ ସମସ୍ତ ବିଷୟ ଉପରେ ଛାଇ ଯାଇଛି।’

ଭାଗବତ କହିଛନ୍ତି, ଆମେ ସମସ୍ତଙ୍କସହ ବନ୍ଧୁତା ଚାହୁଁଛୁ। ତାହା ହେଉଛି ଆମର ସ୍ବଭାବ। କିନ୍ତୁ ଆମର ସଦଭାବକୁ ଦୁର୍ବଳତା ବୋଲି ବିଚାର କଲେ, ଭାରତ ନିଜର ଶକ୍ତି ପ୍ରଦର୍ଶନ ସହିତ ପ୍ରମାଣିତ କରିପାରିବ।

Comments are closed.