ରାଉରକେଲା ଇସ୍ପାତ କାରଖାନା କଣ୍ଟ୍ରୋଲ ରୁମରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଭିତରେ ଥିବା କଣ୍ଟ୍ରୋଲ ରୁମ (ପ୍ଲାଣ୍ଟ କଣ୍ଟ୍ରୋଲ ରୁମ )ରେ ରାତି ପ୍ରାୟ ୩ଟା ରେ ଅଗ୍ନିକାଣ୍ଡ ଘଟିଛି l ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ କିଛି ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଛି l ଦୁର୍ଘଟଣାର ସଠିକ କାରଣ ଜଣା ପଡିନାହିଁ l ସଟ୍ ସର୍କିଟରୁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି l କାରଖାନା କର୍ତୃପକ୍ଷ ଅଗ୍ନିକାଣ୍ଡ ଘଟଣା ପରେ ଏକ ତଦନ୍ତ କମିଟି ବସାଇଥିବା ଖବର ମିଳିଛି l ଆରଏସପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଘଟଣାର ତଦନ୍ତ ପାଇଁ ୪ ଜଣିଆ ମୁଖ୍ୟ ସାଧାରଣ ପରିଚାଳକ ସ୍ତରୀୟ କମିଟି ଗଠନ କରିଛନ୍ତି।

Comments are closed.