ଯୋଗୀଙ୍କ ବଡ ଘୋଷଣା, ଦଶମ ଓ ଦ୍ୱାଦଶ ଶ୍ରେଣୀ ଟପ୍ପରଙ୍କ ଘରକୁ ରାସ୍ତା ସହ ମିଳିବ ୧ ଲକ୍ଷ ଟଙ୍କା ଓ ଲାପଟପ୍

ଉତ୍ତରପ୍ରଦେଶ ସରକାର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଲାପଟପ ଓ ୧ ଲକ୍ଷ ଟଙ୍କା ପୁରସ୍କାର ଦେବେ। ଆଜି ଉପମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଉତ୍ତରପ୍ରଦେଶ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିବ ଅବସରରେ ଏହା କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୧ ଲକ୍ଷ ଟଙ୍କା ଓ ଲାପଟପ୍ ପାଇବେ ଏବଂ ସରକାର ସେମାନଙ୍କ ଘରକୁ ରାସ୍ତା ନିର୍ମାଣ କରିବେ। ଉପମୁଖ୍ୟମନ୍ତ୍ରୀ ଏଭଳି କଠିନ ସମୟରେ ପରୀକ୍ଷା ପରିଚାଳନା ପାଇଁ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦର ଉଦ୍ୟମକୁ ପ୍ରଶଂସା କରି ଯେ ମାତ୍ର ୨୧ ଦିନରେ ୨ କୋଟିରୁ ଅଧିକ ପରୀକ୍ଷା ଖାତା ମୂଲ୍ୟାୟନ କରାଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ ଶ୍ରେଣୀର ପରୀକ୍ଷା ଫଳ ଭଲ ରହିଥିବା ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ କହିଛନ୍ତି।

Comments are closed.