ଆରପିଏଫର ସଚେତନତା ଶିବିର

ଟିଟିଲାଗଡ଼ : ପୁର୍ବତଟ ରେଲପଥ ପକ୍ଷରୁ ମହିଳା ସୁରକ୍ଷା ବର୍ଷ ୨୦୧୮-୧୯ କାର୍ଯ୍ୟକ୍ରମ ନେଇ ଟିଟିଲାଗଡ ଆରପିଏଫ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷିରେ ଗୁରୁବାର କଲାହାଣ୍ଡି ଜିଲା ବାଲସି ଗ୍ରାମପଞ୍ଚାୟତ ପରିସରରେ ଆରପିଏଫ ପକ୍ଷରୁ ଏକ ସଚେତନାତ୍ମକ ସଭା ଅନୁଷ୍ଠିତ ହୋଇଯାଇଛି।

ଟିଟିଲାଗଡ ଆରପିଏଫ ପୋଷ୍ଟ କମାଣ୍ଡର ଏମଏସ କୁମାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସରପଞ୍ଚ ଚୁଡାମଣୀ ମାଝୀ, ୱାର୍ଡ ସଦସ୍ୟ ଦୁରାନ୍ତ ଛତ୍ରିଆଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ରେଳ ଉପରକୁ ପଥର ନଫିଙ୍ଗିବା, ରେଳ ଯାତ୍ରା ବେଳେ ଫୁଟବୋର୍ଡରେ ଛିଡା କିମ୍ବା ବସିବା ଅଭ୍ୟାସ ପରିତ୍ୟାଗ କରିବା, ରେଳ ଯାତ୍ରା ସମୟରେ ନିଜ ଜିନିଷ ସୁରକ୍ଷିତ ରଖିବା, କୌଣସି ଅପରାଧିକ କାର୍ଯ୍ୟକଳାପ ନେଇ ସନ୍ଦେହ ହେଲେ ତୁରନ୍ତ ଆରପିଏଫ, ଜିଆରପି କିମ୍ବା କିମ୍ବା ସ୍ଥାନୀୟ ପୁଲିସକୁ ଖବର କରିବା, ରେଲବାଇ ହେଲ୍ପ ଲାଇନ ୧୮୨କୁ ସମସ୍ୟା ନେଇ ସୁଚିତ କରିବା, ରେଳ ଷ୍ଟେସନ ତଥା ରେଳ ବଗିରେ ମଇଲା, ବର୍ଜ୍ୟବସ୍ତୁ ଆଦି ନଫିଙ୍ଗିବା, ରେଳ ଧାରଣା ପାର କରିବା ସମୟରେ ସତର୍କତା ଅବଲମ୍ବନ କରିବା ଆଦି ବିଭିନ୍ନ ବିଷୟରେ ଆରପିଏଫ ପକ୍ଷରୁ ଲୋକଙ୍କୁ ସୂଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆରପିଏଫ କନଷ୍ଟେବଳ ଏସସି ସାହୁ, ମନଦୀପ, ସଚିନ କୁମାର, ଏନ. ସାହୁ, ରୁପେଶ କୁମାର ପ୍ରମୁଖ  ସାମିଲ ଥିଲେ।

 

Comments are closed.