କାର୍ଯ୍ୟରେ ଯୋଗଦେଲେ ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ଶର୍ମା

କଟକ –  ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ଶର୍ମା ରବିବାରରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ଶର୍ମା ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାପରେ ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ଏପ୍ରିଲ ୮ ତାରିଖରେ ତାଙ୍କର ନିଧନ ହୋଇଥିଲା । ଏଥିଯୋଗୁଁ ରାଜେନ୍ଦ୍ର ଶର୍ମା ଛୁଟିରେ ଥିଲେ । ଏପ୍ରିଲ ୯ ତାରିଖରେ ବିଜୟ ଶର୍ମା ଅତିରିକ୍ତ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ଏପ୍ରିଲ ୨୧ ତାରିଖରେ  ରାଜେନ୍ଦ୍ର ଶର୍ମା ପୁଣି  କାର୍ଯ୍ୟରେ ଯୋଗଦେଇଛନ୍ତି ।

Comments are closed.