ବାଣ ଗୋଦାମରେ ଚଢାଉ ; ବିପୁଳ ପରିମାଣରେ ବାଣ ଜବତ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟରେ ଥିବା ବାଣ ଗୋଦାମରେ ଚଢାଉ କରି ପୁଲିସ ଦ୍ୱାରା ବିପୁଳ ପରିମାଣରେ ବାଣ ଜବତ କରାଯାଇଛି ବୋଲି ଶୁକ୍ରବାର ଜଣାପଡ଼ିଛି। ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ। କରୋନା କଟକଣା ମଧ୍ୟରେ ଓ ସୁରକ୍ଷା ଦୃଷ୍ଟିରେ ଚଳିତ ବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ମାତ୍ର ବେଆଇନଭାବେ ଜବତ ହୋଇଥିବା ୨ ଗୋଦାମରେ ବାଣ ଗଚ୍ଛିତ ହୋଇ ରହିଥିବା ଖବର ପାଇ ପୁଲିସ ଚଢାଉ କରି ଜବତ କରିଛି।

 

Comments are closed.