ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟ ରାସ୍ତାଉପରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ଯୁବକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ। ମୃତଦେହ ନିକଟରେ ରକ୍ତ ଭିଜା ଏକ ପଥର ପଡିଥିବାରୁ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି ବୋଲି ପାରିପାଶ୍ୱିର୍କ ସ୍ଥିତିରୁ ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

 

Comments are closed.