ହୃଦ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱର ହସ୍ପିଟାଲରେ ଥିବା ବେଳେ ରାଉରକେଲା ଘରେ ଲାଗିଲା ନିଆଁ

ରାଉରକେଲା : ରାଉକେଲାର ସେକ୍ଟର ୧୭ର ବି ୩୩ରେ ରହୁଥିବା ଜଣେ ବ୍ୟକ୍ତି ହୃଦ ରୋଗର ଚିକିତ୍ସା ପାଇଁ ଭୁବନେଶ୍ୱର ଆପୋଲ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ ତାଙ୍କ ରାଉରକେଲା ଘରେ ନିଆଁ ଲାଗିଥିବା ଗୁରୁବାର ଜଣାପଡ଼ିଛି। ବ୍ୟକ୍ତି ଜଣଙ୍କ ହେଲେ ଥେଓଦର ସୋରେଙ୍ଗ। ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ସେ କିଛି ଦିନ ଆଗରୁ ଯାଇ ଆଡମିଟ ଅଛନ୍ତି।
ସୂଚନା ଯୋଗ୍ୟ , ଆଜି ସକାଳ ପ୍ରାୟ ୯ଟା୩୦ରେ ତାଙ୍କ କ୍ୱାର୍ଟରରେ ନିଆଁ ଲାଗିଯାଇଥିଲା । ଘରର ଅନ୍ୟ ରୁମରେ ଥିବା ୨ଝିଅ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ପଡ଼ିଶାଙ୍କ ଠାରୁ ଫୋନ ପାଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଦମକଳ ପହଂଚି ନିଆଁ ଲିଭାଇ ଥିଲା । ନିଆଁ ଲିଭିବା ବେଳକୁ ଗୋଟିଏ ରୁମରେ ଥିବା ସବୁକିଛି ପୋଡି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Comments are closed.