ସ୍କୁଲ ଗେଟ୍‌ ପଡ଼ି ୨ମୃତ

ରାଉରକେଲା: ସ୍କୁଲ ଗେଟରେ ତାଲା ପକାଇବା ବେଳେ ଗେଟ୍‌ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି ।  ରାଉରକେଲା ସେକ୍ଟର-୯ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ସୂଚନା ମୁତାବକ ସେକ୍ଟର-୯ ସ୍ଥିତ ଏକ ଘରୋଇ ସ୍କୁଲରେ ଏକ ଲୁହାଗେଟ୍‌ ଲାଗିଥିଲା । ୨ଜଣ କର୍ମଚାରୀ ସେଠାରେ କିଛି କାମ କରିବା ସହ ଗେଟରେ ତାଲା ପକାଉଥିଲେ ।  ତାଲା ପକାଇବା ବେଳେ ଗେଟଟି ହଠାତ୍‌ ପଡ଼ିଯିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେବା ସହ ଜଣେ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।  ଏନେଇ ସ୍ଥାନୀୟ ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.