ସଡ଼କ ଦୁର୍ଘଟଣା ; ଚାଳକ ଆହତ

ରାଉରକେଲା : ୧୪୩ ନମ୍ବର ଜାତୀୟ ରାଜପଥ ବାଲୁଘାଟ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଜାତୀୟ ରାଜପଥ ରେ ରାସ୍ତା ସମ୍ପ୍ରସାରଣ  କାମ ଜାରି ରହିଛି। ରାସ୍ତା କାମ  କରୁଥିବା ଠିକା ସଂସ୍ଥା ତଥା ଏହାର ଦାୟିତ୍ୱ ରେ ଥିବା ଏନଏଚଆଇ ର ଅଧିକାରୀ ଙ୍କ ଅବହେଳା ଯୋଗୁଁ ପ୍ରତ୍ୟକ ଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି।  ବିପଦ ସଂକୁଳ ଜାଗାରେ କୌଣସି ସଂକେତ ନଦେବା ଫଳରେ ଘଟୁଛି ଦୁର୍ଘଟଣା। ଆଜି ଭୋର ସମୟରେ ଭାରସାମ୍ୟ ହରାଇ ଲୁହା ପଥର ବୋଝେଇ ଗାଡି କୁ ଧକ୍କା ଦେଲା ପଛରୁ ଆସୁଥିବା ଏକ ଟାଟାଏସି। ଟାଟାଏସି ର ଚାଳକ ଗୁରୁତର ଥିବା ବେଳେ ଆଇରନ ବୋଝେଇ ଗାଡି ର ଚାଳକ ମଧ୍ୟ ଆହତ ହୋଇଛନ୍ତି । ଡ୍ରେନ ଖୋଲାଥିବା କିମ୍ବା କାମ ଚାଲିଥିବା ନେଇ ରାସ୍ତା କାମ କରୁଥିବା ଠିକା ସଂସ୍ଥା ପକ୍ଷରୁ ଦିଆଯାଇନଥିଲା କୌଣସି ସଂକେତ। ଯାହାଫଳରେ ଏହି ଦୁର୍ଘଟଣା ଘଟିଛି। ବେପରୁଆ କାମ ପାଇଁ କିଛି ସମୟ ପାଇଁ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା।

Comments are closed.