କାର୍ତ୍ତିକ ପୂର୍ଣ୍ଣିମାରେ ପୂଣ୍ୟ ଅର୍ଜିବେ ଶ୍ରଦ୍ଧାଳୁ, ଡ଼ଙ୍ଗା ଭସାଣରେ ଲାଗିପାରେ କଟକଣା?

ସାରନଗରୀ: ଚଳିତ ବର୍ଷ କରୋନା ମହାମାରୀ ପାଇଁ କାର୍ତ୍ତିକ ପୂର୍ଣ୍ଣିମା ସବୁ କିଛି ଅନିଶ୍ଚିତା ଭିତରେ। ପାରମ୍ପାରିକ ଭାବେ ଡ଼ଙ୍ଗା ତିଆରି କରି ପରିବାର ପ୍ରତିପୋଷଣ କରୁଥିବା କାରିଗର ପାଇଁ ଏଥର କରୋନା ସାଜିଛି ବଇରୀ। କାଗଜ, ସୋଲ, କଦଳୀ ପଟୁଆର ଭଳିକି ଭଳି ଡ଼ଙ୍ଗା ବିକ୍ରି ପାଇଁ ନାହିଁ ଆଶାତୀତ ଗହଳି। ସେମାନଙ୍କ ହାତ ତିଆରି ଡ଼ଙ୍ଗାରେ କାରିଗରୀ ହିଁ ମୁଖ୍ୟ ବାରି ହୋଇପଡ଼ୁଛି।

ସାରନଗରୀର ଜଣେ ଡ଼ଙ୍ଗା କାରିଗର ଶରତ ଚନ୍ଦ୍ର ମହାରଣାଙ୍କ କହିବାନୁଯାୟୀ ଡ଼ଙ୍ଗା ଭସାଣର ୧୫-୨୦ଦିନ ଆଗରୁ ଆସିଯାଇଥାଏ ଅଗ୍ରିମ ବରାଦ। ଦୂରଦୂରାନ୍ତରୁ ବି ଲୋକେ ଡ଼ଙ୍ଗା କିଣିବା ପାଇଁ ଭିଡ଼ ଜମାନ୍ତି। କିନ୍ତୁ ଚଳିତ ବର୍ଷ ଡ଼ଙ୍ଗା ପାଇଁ ଆଶାଜନକ ବରାଦ ଆସିନାହିଁ। ସେହିପରି ଜଲଦାର ଜଣେ ଡ଼ଙ୍ଗା କାରିଗରଙ୍କ କହିବା ଅନୁଯାୟୀ ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଡ଼ଙ୍ଗା କାରବାର ପ୍ରଭାବିତ ହୋଇଛି। ସରକାର ଡ଼ଙ୍ଗା ଭସାଣ କଟକଣା କୋହଳ କଲେ କାରବାର ଏତେଟା ପ୍ରଭାବିତ ହୁଅନ୍ତା ନାହିଁ ବୋଲି ପ୍ରକାଶ କରିଛନ୍ତି। ଫଳରେ ବର୍ଷ ବର୍ଷ ଧରି କୌଳିକ ବୃତି କରି ଦୁଇ ପଇସା ରୋଜଗାରର ଲକ୍ଷ୍ୟ ରଖିଥିବା ଅନେକ କାରିଗରମାନେ ହାତବାନ୍ଧି ବସିଛନ୍ତି। ଅପରପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ପାଇଁ କିଛି ଶ୍ରଦ୍ଧାଳୁ ଆଶାବାନ୍ଧି ରହିଥିବା ବେଳେ ଅନ୍ୟ କିଛି ଆଶଙ୍କାରେ ରହିଥିବା ଦେଖିବାକୁ ମିଳିଛି।

Comments are closed.