ଆସ୍ଥାର ପର୍ବ ଛଟ୍‌ରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ଶ୍ରଦ୍ଧାଳୁ

ସାରନଗରୀ: କରୋନା ଜନିତ କଟକଣା ଯୋଗୁଁ ଚଳିତ ବର୍ଷ କେବଳ ବିଧିରକ୍ଷା ପାଇଁ କଟକଣା ଭିତରେ ଛଟ୍ ପୂଜା ଆୟୋଜିତ ହୋଇଛି। ଉତ୍ତର ଭାରତର ତିନି ଦିବସୀୟ ମହାନ ଲୋକ ପର୍ବ ଛଟ୍ ଦ୍ୱିତୀୟ ଦିନ ଆଜି ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ଅର୍ଘ୍ୟ ଅର୍ପଣ କରି ପରିବାରଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଆସନ୍ତା କାଲି ଉଦୀୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ତିନି ଦିନିଆ ଛଟ୍ ପୂଜା ସମାପନ କରିବେ ବ୍ରତଧାରୀ। ଅସ୍ତଗାମୀ ସୂର୍ଯ୍ୟଙ୍କୁ ଆଜି ସନ୍ଧ୍ୟାବେଳେ ଦକ୍ଷିଣ ରାଉରକେଲାର ବିଭିନ୍ନ ଛଟ୍ ଘାଟରେ ବହୁ ସଂଖ୍ୟାରେ ବ୍ରତଧାରୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ବିହାରୀ ସମ୍ପ୍ରଦାୟଙ୍କ ଗଣପର୍ବ ଛଟ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି।

ଦକ୍ଷିଣ ରାଉରକେଲାର ବିଭିନ୍ନ ଅଂଚଳରେ ବସବାସ କରୁଥିବା ବିହାର, ଝାଡ଼ଖଣ୍ଡ, ଉତରପ୍ରଦେଶ ଓ ଉତରାଚଂଳରେ ହଜାର ହଜାର ପରିବାର। ତେବେ ସବୁଠୁ ନିଆରା କଥା କିଛି ଲୋକ କୁତ୍ରିମ ଜଳକୁଣ୍ଡ ତିଆରି କରିଛନ୍ତି ତ ଆଉ କେଉଁଠି ପ୍ରାକୃତିକ ଜଳଉତ୍ସରେ ପୂଜା କରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ବିହାରୀ ସମ୍ପ୍ରଦାୟର ବଡ଼ପର୍ବ ଛଟ୍‌ରେ ନଦୀପଠାଗୁଡ଼ିକ ଧୂପ, ଦୀପ, ହୁଳହୁଳି ଓ ବନ୍ଦାଣରେ ପ୍ରକମ୍ପିତ ହେଉନଥିଲ।। ଏଠାରେ ପିଲାଙ୍କ କୋଳାହଳ ମିଳିନଥିଲା କି ମେଳା ମଉଜ ଜମି ନଥିଲା। ଛଟ୍ ପର୍ବ ଉପଲକ୍ଷେ ବିହାରୀ ପରିବାର ତଥା ପଡ଼ୋଶୀମାନଙ୍କ ମଧ୍ୟରେ ଏକ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥିଲା। ଚଳିିବର୍ଷ କରୋନା କଟକଣା ମଧ୍ୟରେ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟାକ ବ୍ରତୀମାନଙ୍କୁ ନେଇ ପୂଜା କାର୍ଯ୍ୟ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଥିଲ।।

Comments are closed.