ରାଉରକେଲାର ଦୁଇ ନର୍ସ ଓ ଦୁଇ ଜଣ ଡ଼ାକ୍ତରଙ୍କୁ ପଠାଗଲା ହୋମ କ୍ଵରେଣ୍ଟାଇନ

ରାଉରକେଲା : ରାଉରକେଲାର ଦୁଇ ନର୍ସ ଓ ଦୁଇ ଜଣ ଡ଼ାକ୍ତର ରବିବାର ହୋମ କ୍ଵରେଣ୍ଟାଇନ ଯାଇଛନ୍ତି। ଉଭୟ ଡ଼ାକ୍ତର ଓ ନର୍ସ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲ(ଆଇଜିଏଚ)ର। ଡ଼ାକ୍ତର ଓ ନର୍ସ ଝାଡ଼ଖଣ୍ଡର ଜଣେ ଗର୍ଭବତୀ ମହିଳାଙ୍କର ଚିକିତ୍ସା କରିଥିଲେ। ସେହି ମହିଳାଙ୍କର କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ଡ଼ାକ୍ତର ଓ ନର୍ସଙ୍କୁ ହୋମ କ୍ଵରେଣ୍ଟାଇନକୁ ପଠାଯାଇଛି। ଏହାସହ କ୍ବାଜୁଏଲଟି ଓ ସ୍ତ୍ରୀ ପ୍ରସୂତି ବିଭାଗ ସାନିଡାଇଜ କରାଯିବା ସହ ରୋଗଙ୍କୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ ପଡୋଶୀ ଝାଡ଼ଖଣ୍ଡର ଜଣେ ଗର୍ଭବତୀ ମହିଳା ଆଇଜିଏଚରେ ଭର୍ତି ହୋଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେହି ଗର୍ଭବତୀ ମହିଳାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମହିଳା ଜଣଙ୍କ କରୋନା ପଜେଟିଭ ବୋଲି ଜଣାପଡ଼ିଥିଲା।

Comments are closed.