ରାଉରକେଲାରେ ଭୁଷୁଡ଼ିଲା ପୁରୁଣା ବ୍ୟାଙ୍କ କଲୋନୀ କୋଠା

ରାଉରକେଲା: ସ୍ଥାନୀୟ ନୟାବଜ଼ାରରେ ଥିବା ପୁରୁଣା ବ୍ୟାଙ୍କ କଲୋନୀର କୋଠା ଭୁଷୁଡିଛି ବୋଲି ମଙ୍ଗଳବାର ଖବର ମିଳିଛି। ବ୍ୟାଙ୍କ ଅଫ ବରୋଦାର ଥିବା ଏହି ପରିତ୍ୟକ୍ତ କଲୋନୀକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଥିଲା । କୋଠାଟି ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିଯିବାର ଆଶଙ୍କା ଥିଲା । ପୁଲିସ ଅଧିକାରୀ ଓ ଅଗ୍ନିଶମ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ସହିତ ଏଥିରେ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରୁଛନ୍ତି । ଏହି ପରିତ୍ୟକ୍ତ କୋଠାରୁ ଇଟା ନେବା ପାଇଁ ଲୋକେ ଆସିଥାନ୍ତି । ଏହି ଘଟଣା ବେଳେ କେହି ଥିଲେକି ନାହିଁ ସେନେଇ କୌଣସି ସ୍ପଷ୍ଟତା ଏଯାଏଁ ମିଳିନାହିଁ।  ବିଭାଗ ପକ୍ଷରୁ ଆବଶ୍ୟକ ତଦନ୍ତ , କାର୍ୟ୍ୟ କରାଯାଉଛି ।

Comments are closed.