ଅନଲାଇନ ନୃତ୍ୟରେ ପ୍ରତିିଭା ପ୍ରଦର୍ଶନ କଲେ ସୟୋନି

ରାଉରକେଲା : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ରହୁଥିବା ପୂଜକ ହେମନ୍ତ ନନ୍ଦ ଓ ଲୋପାମୁଦ୍ରା ନନ୍ଦଙ୍କ କନ୍ୟା ସୟୋନି ନନ୍ଦ ନୃତ୍ୟରେ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଏକ ଘରୋଇ ସ୍କୁଲରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବା ସୟୋନି ଛୋଟ ବୟସରୁ ନୃତ୍ୟ ପ୍ରତି ରୁଚି ରଖିଥିଲେ ବୋଲି ତାଙ୍କ ପରିବାରବର୍ଗ ପ୍ରକାଶ କରିଥିଲେ । ବର୍ତମାନ କରୋନା ମହାମାରୀ ଯୋଗୁ ଅନଲାଇନରେ ନୃତ୍ୟ ପ୍ରତିଯୋଗିତା ମାନ ଆୟୋଜନ ହେଉଛି । ସୟୋନି ଉତରପ୍ରଦେଶରେ ଆୟୋଜିତ ‘ସୋ ୟୁର ଟାଲେଂଟ’ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ପୂର୍ବରୁ ରାଜ୍ୟସ୍ତରୀୟ ଶିଶୁ ସମାଚାର ତଥା ପଞ୍ଜାବ, ଦିଲ୍ଲୀ ଓ ଅନ୍ୟ ରାଜ୍ୟ ମାନଙ୍କରେ ଆୟୋଜିତ ୧୬ଟି ଅନଲାଇନ ନୃତ୍ୟ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି କୁନି ପ୍ରତିଭା ସୟୋନି ନିଜ କୃତୀତ୍ୱ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ସଫଳତା ପାଇଁ ସୟୋନିଙ୍କ ନୃତ୍ୟ ଗୁରୁ ବିଜୟ କୁମାର ସାମଲ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.