ରାଉରକେଲା : ଡାକ୍ତର, କଏଦୀ କରୋନା ଆକ୍ରାନ୍ତ

ରାଉରକେଲା : ସୁନ୍ଦରଗଡ ଜିଲାରେ ନୂତନ ୧୮ଟି କରୋନା ପଜିଟିଭ ମାମଲା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ  ୩ଜଣ ମହିଳା ଅଛନ୍ତି।

ତେବେ ଏଥିରେ ରାଉରକେଲା ସରକାରୀ ଡାକ୍ତରଖାନାର ଦୁଇ ଜଣ ଡାକ୍ତର ଆକ୍ରାନ୍ତ ହେଇଛନ୍ତି। ଏହା ସହିତ ରାଉରକେଲା ସ୍ୱତନ୍ତ୍ର ଜେଲର ୬ଜଣ କଏଦୀ ଆକ୍ରାନ୍ତ ହେଇଥିବା ଜଣାପଡିଛି। ଅବଶିଷ୍ଟ ଜିଲାର ବିଭିନ୍ନ ବ୍ଲକରେ ରହିଛନ୍ତି। ବାଲିଶଙ୍କରା ବ୍ଲକର ମହାରାଷ୍ଟ୍ର ଫେରନ୍ତା ଜଣେ ଟିଏମସିରେ ଥିଲେ। ଲାଠିକଟାର ୨ଜଣ ଟିଏମସିରେ, ନୂଆଗାଁର ଜଣେ ହୋମ କ୍ଵରେଣ୍ଟଇନେରେ, ବୀରମିତ୍ରପୁର ଟିଏମସିରେ ଜଣେ ମହାରାଷ୍ଟ୍ର ଫେରନ୍ତା, ହାଇଟେକ କୋଭିଡରେ ୩ଜଣ (ତାମିଲନାଡୁ. ଭଦ୍ରକ ଯାଜପୁର ) ଏବଂ କଲୁଙ୍ଗାର ଜଣେ ଗୁଜରାଟ ଫେରନ୍ତା ହୋମ ଜ୍ୱରନ୍ଟାଇନରେ, ବଡ଼ଗାଁର ଜଣେ ମହାରାଷ୍ଟ୍ର ଫେରନ୍ତା ଟିଏମସି ରେ ରହିଥିଲେ।

Comments are closed.