ରାଉରକେଲା ସହରରେ ଦେୟମୁକ୍ତ ଆଣ୍ଟିଜେନ ପରୀକ୍ଷା ନିମନ୍ତେ ପ୍ରଶାସନ ତରଫରୁ ସ୍ୱତନ୍ତ୍ର ଶିବିର

ରାଉରକେଲା: ରାଉରକେଲା ସହରରରେ କୋଭିଡ ୧୯ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ପ୍ରଶାସନ ତରଫରୁ ବହୁବିଧ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ଏକ ମାସଧରି ସହରର ଜନସାଧାରଣଙ୍କ କୋଭିଡ ୧୯ ପରୀକ୍ଷା ପାଇଁ ବିଭିନ୍ନ ଅଂଚଳରେ ନିୟମିତ ତଥା ତ୍ୱରିତ ଭାବରେ ଜନସାଧାରଙ୍କ ପାଇଁ ଦେୟମୁକ୍ତ ଆଣ୍ଟିଜେନ ପରୀକ୍ଷା କରାଯାଉଛି। ଏଥି ନିମନ୍ତେ ଟିମ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇଛି। ଯହା ଦ୍ୱାରା ଏହି ମହାମାରୀ ସଂକ୍ରମଣକୁ ଶୀଘ୍ର ଆୟତ୍ତ କରାଯାଇପାରିବ।

ଏହି ପରିପ୍ରେକ୍ଷୀରେ, ଆସନ୍ତା କାଲି ଅର୍ଥାତ ସୋମବାର ଦିନ କୋଭିଡ -୧୯ ପାଇଁ ଜନସାଧାରଙ୍କ ଆଣ୍ଟିଜେନ ପରୀକ୍ଷା ସେକ୍ଟର -୬ ହେଲଥ ସେଣ୍ଟର, ବାଗୁଡ଼ି ବସ୍ତି କୋଭିଡ ପଞ୍ଜିକରଣ କେନ୍ଦ୍ର, ଉଦିତନଗର ହାଇସ୍କୁଲ, ରେଲୱେ ହସ୍ପିଟାଲ ବଙ୍ଗୋମୁଣ୍ଡା, ହସନପୁର ହାଇସ୍କୁଲ ଠାରେ କରାଯିବ। ସେହିପରି ଆସନ୍ତା ମଙ୍ଗଳବାର ଦିନ ସେକ୍ଟର ୬ ହେଲଥ ସେଣ୍ଟର, ବାଗୁଡ଼ିବସ୍ତି କୋଭିଡ ୧୯ ପଞ୍ଜିକରଣ କେନ୍ଦ୍ର, ଉଦିତନଗର ହାଇସ୍କୁଲ, ଉର୍ଦୁସ୍କୁଲ ପ୍ଲାଣ୍ଟ ସାଇଟ, ରଘୁନାଥପଲ୍ଲୀ ପ୍ରୋଜେକ୍ଟ ସ୍କୁଲ ପାନପୋଷ ଠାରେ କରାଯିବ। ଏହି ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁରହିବ। ପୁନଶ୍ଚ ସହରର ବରିଷ୍ଠ ନାଗରିକଙ୍କ ସୁବିଧା ନିମନ୍ତେ ଆଣ୍ଟିଜେନ ପରୀକ୍ଷା ପାଇଁ ପ୍ରଶାସନ ତରଫରୁ ନିୟୋଜିତ ସଂଜୀବନୀ ରଥ ଦ୍ୱାରା ପରୀକ୍ଷା ଚାଲୁ ରହିଛି। ଏହି ଆଣ୍ଟିଜେନ ପରୀକ୍ଷା ପରବର୍ତୀ ଦିନଗୁଡିକରେ ମଧ୍ୟ ସହରର ଅନ୍ୟାନ୍ୟ ସମସ୍ତ ଅଂଚଳରେ ଚାଲୁ ରହିବ। ଏଣୁ ଜନସାଧାରଣ ଏହି ଦେୟ ମୁକ୍ତ ଆଣ୍ଟିଜେନ ପରୀକ୍ଷାର ପୂର୍ଣ୍ଣ ସୁବିଧା ନେବାକୁ ରାଉରକେଲା ପ୍ରଶାସନ ତରଫରୁ ବିଶେଷ ଅନୁରୋଧ କରାଯାଉଛି।

Comments are closed.