୪୨ କୋଟି ଟଙ୍କାର ଜିଏସ‌ଟି ଠକେଇ, ଗରିଫ ହେଲ ୩ ଅଭିଯୁକ୍ତ

ରାଉରକେଲା: ରାଉରକେଲାର ବିଭନ୍ନ ସ୍ଥାନରେ ଜିଏସଟି ଟିମ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି। ପ୍ରାୟ ୪୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି। ୩ ଜଣ ଗିରଫ ଅଭିଯୁକ୍ତ ହେଲେ ରାଜୀବ ମିଶ୍ର. ସୌମ୍ୟ ରଞ୍ଜନ ମହାନ୍ତି ଓ ସ୍ମୃତି ରଞ୍ଜନ ମହାନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାଉରକେଲା, ସହ କଟକ, ଯାଜପୁରରୁ ଆସିଥିବା ସ୍ୱତନ୍ତ୍ର ଜିଏସ୍‌ଟି ଟିମ୍ ରାଉରକେଲାର ଛେଣ୍ଡ, ବାସନ୍ତୀ କଲୋନୀ ସହ ବନ୍ଧମୁଣ୍ଡା ଅଞ୍ଚଳରେ ଚଢ଼ାଉ କରିଥିଲେ । ବିଭିନ୍ନ ବୋନାମୀ କମ୍ପାନୀ ନାଁ ଖୋଲି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ଛେଣ୍ଡ ଏବଂ ବନ୍ଧମୁଣ୍ଡା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରିଛି। ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୪୨ କୋଟି ଟଙ୍କାର ବେନାମୀ ଟଙ୍କା ନେଣଦେଣ କରିଥିବା ଜଣାପଡ଼ିଛି।

Comments are closed.