ମସଲା କୋବି ରୁଟି

ବନ୍ଧାକୋବି – ଆବଶ୍ୟକ ପରିମାଣରେ
ଅଦା, ରସୁଣ – ଆବଶ୍ୟକ ପରିମାଣରେ
କଞ୍ଚା ଲଙ୍କା – ୨ଟି
ଜିରା ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
ଅଟା – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ବନ୍ଧାକୋବିକୁ କାଟି ରଖନ୍ତୁ। ଏବେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ସେଥିରେ ଜିରା ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡକୁ ମିଶାଇ ଏହାକୁ ବନ୍ଧାକୋବି ସହ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ଅଟା ପକାଇ ପାଣି ଦେଇ ଚକଟି ଦିଅନ୍ତୁ। ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଘୋଡ଼ାଇ କିଛି ସମୟ ରଖି ଦିଅନ୍ତୁ। କିଛି ସମୟ ପରେ ଛୋଟ ଛୋଟ ଗୁଳା କରି ରୁଟି ବେଲନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ଗରମ କରନ୍ତୁ। ତାୱା ଗରମ ହେବା ପରେ ରୁଟିକୁ ପକାଇ ଏହାର ଦୁଇପଟକୁ ତେଲ ପକାଇ ଭଲ ଭାବେ ସେକନ୍ତୁ। ସେକିବା ପରେ ଏକ ପାତ୍ରକୁ କାଢି ଦହି କିମ୍ବା ଚଟଣି ସହ ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Comments are closed.