ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କୁ ରୋଟାରୀ ସମ୍ମାନ

କାନପୁର : କାନପୁର ରୋଟାରୀ କ୍ଲବ ପକ୍ଷରୁ ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କୁ ଡକ୍ଟର କମଲ ମିଶ୍ର ସ୍ମାରକ ରୋଟାରୀ ସମ୍ମାନ-୨୦୨୦ରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଡକ୍ଟର କମଲ ମିଶ୍ର ସ୍ମାରକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।   ‘ବର୍ତ୍ତମାନ ସମୟରେ ସାମାଜିକ ସଂଗଠନର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଭାଗ ନେଇ ସୁଚିନ୍ତିତ ମତ ବ୍ୟକ୍ତ କରିଥିଲେ। ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଦିନେଶ ଚନ୍ଦ୍ର ଶୁକ୍ଳା, ରୋଟାରୀ କ୍ଲବ ବ୍ରହ୍ମାବର୍ତ କାନପୁରର ଅଧ୍ୟକ୍ଷ ଡକ୍ଟର ଭକ୍ତିବିଜୟ ଶୁକ୍ଳାଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.