ରୋହିତଙ୍କ ଶତକ : ୩୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ୧୫୬-୧

ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିଟିକିଆ ଦିନିକିଆ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ରବିବାର ବେଙ୍ଗାଲୁରୁର ଏମ ଚିନ୍ନସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ରଖିଥିବା ୨୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ଜବରଦସ୍ତ ବ୍ୟାଟିଂ ଜାରି ରଖିଛି । ହିଟ୍ ମ୍ୟାନ ରୋହିତ ଶର୍ମା ଶତକ ହାସଲ କରିଛନ୍ତି। ରୋହିତ ୧୧୦ଟି ବଲରେ ଶତକ ହାସଲ କରିଛନ୍ତି। ଏହା ରୋହିତଙ୍କର ୨୯ତମ ଶତକ। ଯେଉଁଥିରେ ତାଙ୍କର ୮ଟି ଚୌକା ଓ ପାଞ୍ଚଟି ଛକା ସାମିଲ ରହିଛି। ୩୦ ଓଭର ଖେଳ ଶେଷ ସୁଦ୍ଧା ଭାରତ ୧୫୬ରନ କରି ଗୋଟିଏ ୱିକେଟ ହରାଇଛି। କେଏଲ ରାହୁଲ ୨୭ବଲରେ ୧୯ରନ କରି ଆଉଟ ହୋଇଯାଇଛନ୍ତି। ବର୍ତ୍ତମାନ କ୍ରିଜରେ ରୋହିତ ଓ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ଜାରି ରଖିଛନ୍ତି।

Comments are closed.