ଆଇପିଏଲ୍‌ରେ ୫ ହଜାର ରନ୍‌ ସଂଗ୍ରହ କଲେ ରୋହିତ

ଆବୁଧାବି : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୫ ହଜାର ରନ୍‌ ସଂଗ୍ରହ କରିବାର ସୌଭାଗ୍ୟ ହାସଲ କରିଛନ୍ତି ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟକ ରୋହିତ ଶର୍ମା। ଆଇପିଏଲ୍‌ରେ ୫ ହଜାର ରନ୍‌ ସଂଗ୍ରହ କରିବା ପ୍ରସଙ୍ଗରେ ରୋହିତ ତୃତୀୟ ବ୍ୟାଟସମ୍ୟାନ୍। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ଦଳର ଅଧିନାୟକ ବିରାଟ କୋହଲି ଓ ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟସମ୍ୟାନ୍ ସୁରେଶ ରୈନା ଆଇପିଏଲ୍‌ରେ ୫ ହଜାର ରନ୍‌ ସଂଗ୍ରହ କରି ସାରିଛନ୍ତି। ଆଇପିଏଲ୍‌ର ଚଳିତ ସଂସ୍କରଣରେ ଗୁରୁବାର ମୁମ୍ବଇ ଇଣ୍ଡିଆନ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ ପୂର୍ବରୁ ରୋହିତ ଆଇପିଏଲ୍‌ରେ ୪୯୯୮ ରନ୍‌ ସଂଗ୍ରହ କରିଥିଲେ। କିଙ୍ଗ୍‌ସ ଏକାଦଶ ବିପକ୍ଷ ମ୍ୟାଚ୍‌ର ଦ୍ବିତୀୟ ଓଭରର ପ୍ରଥମ ବଲ୍‌ରେ ଚୌକା ମାରି ରୋହିତ ଆଇପିଏଲ୍‌ରେ ୫ ହଜାର ରନ୍‌ ସଂଗ୍ରହ କରିଥିଲେ।

Comments are closed.