ଇସ୍ରାଏଲ: ପ୍ରଧାନମନ୍ତ୍ରୀଙ୍କ ରାଲିବେଳେ ରକେଡ୍‌ ମାଡ଼, ଅଟକାଇଲା ସେନା

ଜେରୁଜେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ରାଲି ସମୟରେ ରକେଟ୍‌ ଆକ୍ରମଣ ହୋଇଛି। ପ୍ରଧାନମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଦଳୀୟ ପ୍ରଚାର ଲାଗି ଏକ ରାଲିର ଆୟୋଜନ କରିଥିଲେ। ରାଲିରେ ସଭା ଚାଲିଥିବାବେଳେ ଗାଜା ପଟୁ ଏକ ରକେଟ୍‌ ମାଡ଼ର ସାଇରନ ବାଜିଥିଲା। ଫଳରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସାଇରନ ଶୁଣି ହଠାତ୍‌ ସଭା ମଞ୍ଚ ଛାଡ଼ି ଦୌଡ଼ି ପଳାଇଥିଲେ।

ଇସ୍ରାଏସ ନେତା ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଗାଜା ପଟୁ ଇସ୍ରାଏଲକୁ ଟାର୍ଗେଟ କରି ରକେଡ୍‌ ମାଡ଼ କରାଯାଇଥିଲା। ଏହା ପରେ ପାଲେଷ୍ଟାଇନ ଏନକ୍ଲେଭ ନିକଟ ଏବଂ ଦକ୍ଷିଣାଞ୍ଚଳ ସହର ଅସ୍କେଲାନରେ ସାଇରନ ବାଜିଥିଲା। କିନ୍ତୁ ଆଇରନ ଡୋମ ରକ୍ଷା ପଦ୍ଧତିରେ ରକେଡ୍‌କୁ ରୋକାଯାଇଛି। ଏହି ସମୟରେ ଅସ୍କେଲାନରେ ହିଁ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ରାଲି କରୁଥିଲେ। ଇସ୍ରାଏଲର ସରକାରୀ ଗଣମାଧ୍ୟମ କେଏଏନ-୧୧ ପକ୍ଷରୁ କିଛି ଫଟୋ ଜାରି କରାଯାଇଛି, ଯେଉଁଥିରେ ସୁରକ୍ଷାକର୍ମୀମାନେ ନେତନ୍ୟାହୁଙ୍କୁ ରେଡ୍‌ ଆଲର୍ଟ ବିଷୟରେ କହୁଥିବା ଦେଖିବାକୁ ମିଳୁଛି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୦ ତାରିଖରେ ଅନୁରୂପ ଏକ ଘଟଣା ଘଟିଥିଲା। ଲିକୁଡ ପାର୍ଟି ମୁଖ୍ୟ ଅସଦୋଦ ସହରରେ ନିର୍ବାଚନ ରାଲି କରୁଥିବାବେଳେ ଗାଜା ପଟୁ ଏକ ରକେଟ ମାଡ କରାଯାଇଥିଲା। ଫଳରେ ସାଇରନ ବାଜିବାରୁ ତାଙ୍କୁ ରାଲି ଅଧାରୁ ଛାଡ଼ି ଚାଲିଯିବାକୁ ପଡ଼ିଥିଲା।

Comments are closed.