ବାଗଦାଦ ବିମାନବନ୍ଦରରେ ରକେଟ ଆକ୍ରମଣ; ୮ ମୃତ

ବାଗଦାଦ : ଇରାକର ରାଜଧାନୀ ବାଗଦାଦ ବିମାନବନ୍ଦରରେ ରକେଟ ଆକ୍ରମଣ ହୋଇଥିବା ନେଇ ଶୁକ୍ରବାର ଜଣାପଡ଼ିଛି। ଏହି ଆକ୍ରମଣରେ ବିମାନବନ୍ଦରରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେତେକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାକାର ସୁରକ୍ଷା ସଂସ୍ଥା ପକ୍ଷରୁ ଉକ୍ତ ସୂଚନା ମିଳିଛି। ଏହି ରକେଟ ଆକ୍ରମଣ ପୂର୍ବରୁ କିଛି ଦିନ ତଳେ ଇରାକସ୍ଥିତ ଆମେରିକୀୟ ଦୂତାବାସରେ ଆକ୍ରମଣ ହୋଇଥିଲା। ଗଣମାଧ୍ୟମର ସୂଚନା ଅନୁଯାୟୀ, ବାଗଦାଦସ୍ଥିତ ବିମାନବନ୍ଦର ଉପରକୁ ଏକକାଳୀନ ୩ଟି ରକେଟ ଆକ୍ରମଣ ହୋଇଥିଲା।

Comments are closed.