ମହାକାଶରେ ହେବ ‘ରୋବୋଟ୍ ହୋଟେଲ’

ଆମେରିକୀୟ ମହାକାଶ ସଂସ୍ଥାର ତଥ୍ୟ ଅନୁସାରେ, ଖୁବ୍ ଶୀଘ୍ର ଏକ ରୋବୋଟ୍ ହୋଟେଲ ମହାକାଶରେ ନିର୍ମିତ ହେବ। ଡିସେମ୍ବର ମାସରେ ନାସା ଏଇ ଘୋଷଣା କରିଥିବାବେଳେ ଏହାର କାମ ମଧ୍ୟ ଚାଲିଛି। ତେବେ ଏହି ରୋବୋଟ୍ ହୋଟେଲ ମହାକାଶଚାରୀଙ୍କ ନିମନ୍ତେ ନୁହେଁ, ବରଂ ରୋବୋଟ୍‌ ପାଇଁ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି। ଅନ୍ତଃରାଷ୍ଟ୍ରୀୟ ରୋବୋଟ୍ ଷ୍ଟେସନ୍‌‌ ବାହାରେ ଏଇ ହୋଟେଲ ରଖାଯିବାର ବନ୍ଦୋବସ୍ତ ଚାଲିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ରୋବୋଟ୍ ଏଠାରେ କାର୍ଯ୍ୟ ନିମନ୍ତେ ରଖାଯିବାବେଳେ ମହାକାଶର ସ୍ଥିତି ମଧ୍ୟ ଅତ୍ୟାଧୁନିକ ହୋଟେଲଟି ଅନୁଧ୍ୟାନ କରିବ ବୋଲି ନାସା ବୈଜ୍ଞାନିକଙ୍କ ମତ।

Comments are closed.