ପ୍ରିୟଙ୍କାଙ୍କ ପାଇଁ ମୁଁ ଗର୍ବିତ: ରବର୍ଟ

ନୂଆଦିଲ୍ଲୀ : ପ୍ରିୟଙ୍କା ଭଦ୍ରାଙ୍କ ଭଳି ପତ୍ନୀଙ୍କ ପାଇଁ ନିଜକୁ ଗର୍ବ ମନେ କରିଛନ୍ତି ସ୍ବାମୀ ରବର୍ଟ ଭଦ୍ରା। ଉତ୍ତରପ୍ରଦେଶ ଗସ୍ତ ସମୟରେ ପ୍ରିୟଙ୍କାଙ୍କ ପ୍ରତି ପୁଲିସର ବ୍ୟବହାରକୁ ନେଇ ରବର୍ଟ ଦୁଃଖ ଓ ବିଚଳିତ ହୋଇଥିବାବେଳେ ଅନ୍ୟପଟେ ପତ୍ନୀଙ୍କ ଦୃଢ ନିଶ୍ଚିତ ଓ ଅସହାୟଙ୍କ ପ୍ରତି ସମବେଦନାକୁ ନେଇ ରବର୍ଟ ନିଜକୁ ଗର୍ବ ମନେ କରିଛନ୍ତି। ରବିବାର
ରବର୍ଟ ଟୁଇଟ୍‌ କରିଛନ୍ତି ମହିଳା ପୁଲିସମାନେ ଯେଭଳି ଭାବେ ପ୍ରିୟଙ୍କାଙ୍କୁ ଧକ୍କା ମାରିଲେ ସେଥିରେ ମୁଁ ଖୁବ୍‌ ବିବ୍ରତ। ଜଣେ ତାଙ୍କ ତଣ୍ଟିକୁ ଧରିଥିବା ବେଳେ ଅନ୍ୟ ଦୁଇ ଜଣ ମହିଳା ପୁଲିସ ତାଙ୍କୁ ଧକ୍କା ମାରିବାରୁ ସେ ପଡ଼ିଗଲେ; କିନ୍ତୁ ପ୍ରିୟଙ୍କା ଥିଲେ ବଦ୍ଧପରିକର। ଗୋଟାଏ ଦୁଇଚକିଆ ଯାନରେ ବସି ସେ ପୂର୍ବତନ ଆଇପିଏସ୍‌ ଅଧିକାରୀ ଏସ୍‌ଆର୍‌ ଦାରାପୁରୀଙ୍କ ପରିବାରକୁ ଭେଟିବା ନିମନ୍ତେ ଗଲେ। ଆବଶ୍ୟକ ସମୟରେ ସମ୍ବେଦନଶୀଳ ହୋଇ ଜନତାଙ୍କ ନିକଟକୁ ଯାଇଥିବାରୁ ମୁଁ ତୁମ ଲାଗି ଗର୍ବିତ ପ୍ରିୟଙ୍କା ତୁମେ ଉଚିତ କାମ କରିଛ। ଆବଶ୍ୟକ ବା ଦୁଃଖରେ ପଡ଼ିଥିବା ଜନତାଙ୍କ ନିକଟକୁ ଯିବା ଅପରାଧ ନୁହେଁ।

Comments are closed.