ଝାରସୁଗୁଡ଼ା : ରାସ୍ତାକଡ଼ ଠେଲା ଖାଦ୍ୟ ବନ୍ଦ

ଝାରସୁଗୁଡ଼ା :  ଝାରସୁଗୁଡ଼ା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୫ଦିନ ଧରି ରାସ୍ତାକଡ଼ର ଫାଷ୍ଟଫୁଡ ସମେତ ଅନ୍ୟ ଖାଦ୍ୟ ଦୋକାନ ବନ୍ଦ କରିବାକୁ ଜିଲାପାଳ ଘୋଷଣା କରିଛନ୍ତି। ତେବେ ଏହି ବେପାରୀଙ୍କ ଜୀବନ ଜୀବିକା ଯେଭଳି ପ୍ରଭାବିତ ନ ହେବ ସେ ପାଇଁ ପ୍ରତି ବ୍ୟବସାୟୀଙ୍କୁ ୨୫୦୦ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରାସ୍ତାକଡ଼ ଉଠା ଖାଦ୍ୟ ଦୋକାନ ଓ ଠେଲା ଗୁଡ଼ିକରେ ପ୍ରବଳ ଗ୍ରାହକ ଭିଡ଼ ହେଉଥିବା ବେଳେ ସାମାଜିକ ଦୂରତା ସମେତ ଅନ୍ୟାନ୍ୟ କୋଭିଡ ନିୟମର ଉଲ୍ଲଂଘନ କରାଯାଉଥିବା ନଜର ଆସିଛି। ଏଣୁ ଏଭଳି ଖାଦ୍ୟ ଠେଲା କୋଭିଡ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟୁଥିବା ନଜର ଆସିଛି ବୋଲି ଜିଲାପାଳ ଆଜି ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଖାଦ୍ୟ ଷ୍ଟଲ ସମେତ ରାସ୍ତା​‌କଡ଼ ରେଡ଼ିମେଡ଼ ଖାଦ୍ୟ ଦୋକାନ ଓ ଠେଲା ବନ୍ଦ କରାଯାଇଛି। ଯିଏ ଏହାର ଉଲ୍ଲଂଘନ କରିବ କଡ଼ାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତି​ରେ ଚେତାବନୀ ଦିଆଯାଇଛି। ତେବେ ଜିଲାପ୍ରଶାସନର ହଠାତ୍ ଏଭଳି ନିଷ୍ପତ୍ତିକୁ ବ୍ୟାପାରୀମାନେ ନାପସନ୍ଦ କରିଛନ୍ତି।

Comments are closed.