ଜାତୀୟ ରାଜପଥର ମରାମତି ଦାବିରେ ବିଜେଡିର ରାସ୍ତାରୋକ

ଅନୁଗୁଳ: ସଂସଦୀୟ କ୍ଷେତ୍ରର ସବୁ ଜାତୀୟ ରାଜପଥ ମରାମତି ତଥା ସଂପ୍ରସାରଣ ଦାବି କରି ବିଜେଡି ଶନିବାର ବିଭିନ୍ନ ସ୍ଥାନ​ରେ ରାସ୍ତାରୋକ କରିଛି। ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ମରାମତି ଦାବିରେ ଜିଲା ବିଜେଡି ପକ୍ଷରୁ ସହରର କାଲଟାକ୍ସ ଛକ ଠାରେ ଜାତୀୟ ରାଜପଥ ଉପରେ ରାସ୍ତାରୋକ କରାଯାଇଛି। ଏବେ ଅନୁଗୁଳ ସହରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବାଇପାସ ରାସ୍ତା ନିର୍ମାଣ ହେଉଥିବାରୁ ବନରପାଳ ଠାରୁ ବଡ଼କେରା ପର୍ଯ୍ୟନ୍ତ ରାସ୍ତାକୁ ମରାମତି କରାଯାଉନାହିଁ। ଯାହାଦ୍ୱାରା ରାସ୍ତାରେ ପ୍ରତେକ ଦିନ ଦୁର୍ଘଟଣା ଘଟି ମୃତ୍ୟୁ ସଂଖ୍ୟା ବଢୁଛି। ଏହାର ପ୍ରତିବାଦରେ ଆଜି ୨ଘଣ୍ଟା ପାଇଁ ବିଜେଡି ପକ୍ଷରୁ ରାସ୍ତା ରୋକ କରାଯାଇଥିଲା। ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Comments are closed.