ଯାତ୍ରୀବାହୀ ଗାଡିକୁ ୩ ମାସର ଟିକସ ଛାଡ଼ ଘୋଷଣା କଲା ପରିବହନ ବିଭାଗ

ଭୁବନେଶ୍ବର : ଯାତ୍ରୀବାହୀ ମୋଟର ଯାନ ଉପରୁ ୩ ମାସର ରୋଡ ଟ୍ୟାକ୍ସ ଛାଡ କରିଛନ୍ତି ରାଜ୍ୟ ସରକାର। ଲକଡାଉନ ଯୋଗୁ ଗାଡି ଚଳାଚଳ ବନ୍ଦ ଥିବାଯୋଗୁ ପରିବହନ ବିଭାଗ ଏହି ଟ୍ୟାକ୍ସ ଛାଡ କରିଥିବା ଜଣାପଡିଛି। ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ମାତ୍ର ଅର୍ଥ ବିଭାଗର ମଞ୍ଜୁରୀ ପରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

କରୋନା ଜନିତ ଲକଡାଉନ ଯୋଗୁ ବସ ଚଳାଚଳ ବନ୍ଦ ରହିଥିଲା। ଗାଡିମାଲିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏପ୍ରିଲ, ମଇ ଓ ଜୁନ ମାସ ପାଇଁ ରୋଡ ଟ୍ୟାକ୍ସ ଛାଡ କରିଛନ୍ତି। ଏ ନେଇ ବାରିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବସ ଚଳାଚଳକୁ ସରକାର ଅନୁମତି ଦେଇଥିଲା ବେଳେ ରୋଡ ଟ୍ୟାକ୍ସ ଛାଡ ସମେତ ବିଭିନ୍ନ ଦାବି କରିଥିଲେ ଗାଡିମାଲିକ।

 

Comments are closed.