ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ଦାବିରେ ଟିଟିଲାଗଡରେ ରାସ୍ତାରୋକ

ଟିଟିଲାଗଡ : ବଲାଙ୍ଗୀର ଜିଲା ଅନ୍ତର୍ଗତ ମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ଦାବିରେ ଟିଟିଲାଗଡ ଠାରେ ରାସ୍ତାରୋକ କରାଯାଇଥିବା ଶନିବାର ଖବର ମିଳିଛି। ଏଥିରେ ଟିଟିଲାଗଡ଼ ବ୍ଲକ ବିଜେପି ପକ୍ଷରୁ ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ବଲାଙ୍ଗିର ସାଂସଦ ସଂଗୀତା ସିଂଦଓଙ୍କ ପ୍ରତିନିଧି ମୁକେଶ ଜୈନଙ୍କ ନେତୃତ୍ୱରେ ଟିଟିଲାଗଡ ବ୍ଲକର ପଟାସରା, ଭାଲୁଡୁଙ୍ଗୁରି, ଦେଶିଲ, କୁର୍ଶୁଡ଼ ଆଦି ସ୍ଥାନରେ ଜାତୀୟ ରାଜପଥ ୫୯ ସମେତ ଟିଟିଲାଗଡ କେସିଙ୍ଗା, ଭବାନୀପାଟଣା ବଲାଙ୍ଗୀର ଆଦି ମୁଖ୍ୟ ରାସ୍ତା ଅବରୋଧକରାଯାଇଛି।ଫଳରେ ଯାନବାହନ ଚଳାଚଳ ଓ ଗମନାଗମନ ପ୍ରଭାବିତ ହୋଇଥିବା ନେଇ ସୂଚନା ମିଳିଛି।

 

Comments are closed.