ମହିଳା ଡିଗ୍ରୀ କଲେଜରେ ସଡକ ସୁରକ୍ଷା ସଚେତନତା

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜରେ ବୁଧବାର ଜାତୀୟ ସଡକ ସୁରକ୍ଷା ମାସର ଉଦ୍‌ଯାପନୀ ଅବସରରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇଛି। ଏହି ଅବସରରେ ଛାତ୍ରୀମାନଙ୍କର ଏକ ଶୋଭାଯାତ୍ରାକୁ କଲେଜ ଅଧ୍ୟକ୍ଷା ସଂଗୀତା ମହାପାତ୍ର ପତାକା ଦେଖାଇ ଉଦ୍‌ଘାନଟ କରିଥିଲେ। ଛାତ୍ରୀମାନଙ୍କର ଏହି ଶୋଭାଯାତ୍ରା ସମୟରେ ଜନସାଧାରଣଙ୍କୁ ସଡକ ସୁରକ୍ଷା ଓ ଗାଡିଚାଳନା ବେଳେ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯାଇଥିଲା। ସହର ପରିକ୍ରମା କରି ଛାତ୍ରୀମାନେ କଲେଜରେ ପହଞ୍ଚିବା ପରେ ଏନଏସଏସ ଯୋଜନା ଅଧିକାରୀ ଅଧ୍ୟାପିକା ବସିରା ବେଗମଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଜନସାଧାରଣ ଗାଡିଚାଳନା ବେଳେ ସମସ୍ତ ଟ୍ରାଫିକ ନିୟମ ମାନିଲେ ଅନେକ ଦୁର୍ଘଟଣା ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ରୀମାନେ ୨ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପରିଧାନ କରିବା ଏବଂ ମୋବାଇଲରେ ଆଦୌ କଥା ନହେବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରିବା ପାଇଁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ। ବରିଷ୍ଠ ଅଧ୍ୟାପିକା ବବିତା ସାହୁ, ଅଧ୍ୟାପିକା ସୂର୍ଯ୍ୟକାନ୍ତି ମହାପାତ୍ର, ଟ୍ୱିଙ୍କିଲ ମିଶ୍ର ଓ ଡେମୋନଷ୍ଟେଟର ରଶ୍ମିତା ପଣ୍ଡା ପ୍ରମୁଖ ଉଦ୍‌ବୋଧନ ଦେଇ ସଡକ ସୁରକ୍ଷା ସଂପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲୋ ଏହି କାର୍ଯ୍ୟକ୍ରମ ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।

Comments are closed.