ଶୋଚନୀୟ ରାସ୍ତା, ଶୁଣିଲେନି କେହି: ସରପଞ୍ଚଙ୍କ ନେତୃତ୍ବରେ ରାସ୍ତା ମରାମତି କଲେ ଯୁବକ

ସଇଁନ୍ତଲା/ବଡମାଳ: ସଇଁନ୍ତଲା ବ୍ଲକ‌ ବଡ଼ମାଳ ଗୋଳାବାରୁଦ କାରଖାନାର ଭିଆଇପି ଛକରୁ ଜଗମାତା ସ୍କୁଲ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏଭଳି ରାସ୍ତା ଅବସ୍ଥା ଯୋଗୁଁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇ ଆସୁଥିଲେ। ରାସ୍ତାର ପିଚୁ ଉଠି ଯାଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ବଡ ବଡିଆଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ଯାତାୟତ କରନ୍ତି। ରାସ୍ତା ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇବା ସହ ଅଭିଯୋଗ ମଧ୍ୟ କରାଯାଇଛି। କିନ୍ତୁ ରାସ୍ତାର ମରାମତି ପାଇଁ କେହି ଆନ୍ତରିକତା ଦେଖାଉ ନଥିଲେ। ଶେଷରେ ବାଧ୍ୟ ହୋଇ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଅମିତ ଦୀପ, ଅଭିମନ୍ୟୁ ମହାନନ୍ଦ, ପ୍ରୀତମ ଦୀପ, ନିମାଇଁ ବାରିକ, ରମେଶ ସୁନା, ବିଶ୍ଵଜିତ ତାଣ୍ଡି, ଜୟ ମଙ୍ଗଲ ପଧାନ, ସର୍ଜନ ମହାନନ୍ଦ, ମୁକେସ ମୁନା, ଶଙ୍କର ସାଗର, ଦୀପକ ନାଗ, ତରଣୀ ସୁନା, ବିରବର ସୁନା, ଦେଶ୍ୱରାଜ ମହାନନ୍ଦ ପ୍ରମୁଖ ସାମିଲ ହୋଇ ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି।

Comments are closed.