ପାଇପ୍ ଫାଟି ମୁଖ୍ୟ ରାସ୍ତାରେ ପାଣି, ଅସୁବିଧାରେ ଲୋକ

ଚୌଦ୍ୱାର : ଚୌଦ୍ୱାର ପୌର ପାଳିକା ୧୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ନୂଆସାହି ମୁଖ୍ୟ ରାସ୍ତା କଡ଼ରେ ଯାଇଥିବା ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ଯୋଗାଣ ପାଇପ୍ ବିଭିନ୍ନ ସ୍ଥାନରେ ଫାଟି ଯିବା ଫଳରେ ଉକ୍ତପାଣି ରାସ୍ତାରେ ମାଡ଼ୁଥିବା ଦେଖିବାକୁ ମିଳିଛି । ଗତ ୫ଦିନ ହେଲା ମୌସୁମୀ ବର୍ଷା ପାଣି ସହିତ ପାଇପ ପାଣି ମିଶି ରାସ୍ତାରେ ଲହଡ଼ି ମାରୁଥିବାରୁ ଯାତାୟତରେ ଘୋର ସମସ୍ୟା ଦେଖା ଦେଇଛି । ମୁଖ୍ୟ ରାସ୍ତାର ଶିବାନୀ ମନ୍ଦିର ଓ ମଙ୍ଗଳା ମନ୍ଦିର ନିକଟରେ ୨ଟି ସ୍ଥାନରେ ପାଇପ୍ ଫାଟି ଥିବାବେଳେ ସାହିର ଅନ୍ୟ ରାସ୍ତା ଗୁଡ଼ିକରେ ପ୍ରାୟ ୧୦ଟି ସ୍ଥାନରେ ଫାଇପ୍ ଫାଟି ପାଣି ରାସ୍ତାରେ ମାଡ଼ୁଛି । ପାଇପ୍ ଫାଟି ପାଣି ବାହାରି ଯାଉଥିବାରୁ ଲୋକେ ଚାହିଦା ମୁତାବକ ପାନୀୟ ଜଳ ପାଇ ପରୁ ନଥିବା ଅଭିଯୋଗ ହୋଇଛି । ରାସ୍ତାର ଅନ୍ୟ ପଟେ ଜିଓ କେବୁଲ ବିଛାଇଇା ପାଇଁ ଚୌଦ୍ୱାର କଲେଜ ଠାରୁ ଚୂଡ଼ଙ୍ଗ ପୋଖରୀ ପର୍ଯ୍ୟନ୍ତ ପ୍ରାୟ ଏକ କିମି ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳା ଯାଇଥିବାରୁ ବର୍ଷାପାଣି ଓ ପାଇପ୍ ପାଣିରେ ଉକ୍ତ ମାଟି କାଦୁଅ ମିଶି ରାସ୍ତାରେ ଚାଲିବା ଫଳରେ ଏକ ଅସ୍ୱାଭାବିକ ପରିବେଶ ସୃଷ୍ଠି ହୋଇଛି । ସମସ୍ୟା ସମ୍ପର୍କରେ ଜନସ୍ୱାସ୍ଥ୍ୟ ବିଭିଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ ବିଭାଗ ତରଫରୁ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରି ତୁରନ୍ତ ପାଇପ୍ ମରାମତି କରିବାପାଇଁ ଦାବି କରିଛନ୍ତି।

Comments are closed.