MEllora 950×100

ପାଣି ପାଇଁ ଜାତୀୟ ରାଜପଥ ଅବରୋଧ

ଫୁଲବାଣୀ : ଖରାଦିନ ନ ଆସୁଣୁ ଦେଖା ଦେଲାଣି ପାଣି ସମସ୍ୟା। ପାଣି ପାଇଁ ଫୁଲବାଣୀ ବ୍ଲକ ଆଲମି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରୁଜଙ୍ଗି ଲେଙ୍ଗେରି ସାହିର ଉତ୍ୟକ୍ତ ଲୋକେ ବୁଧବାର ବ୍ରହ୍ମପୁର-ଫୁଲବାଣୀ ୧୫୭ ଜାତୀୟ ରାଜପଥ ରୁଜାଙ୍ଗି ଠାରେ ଗରା, ମାଠିଆ, ବାଲଟି,ରଖି ରାସ୍ତା ଅବରୋଧ କରିବା ଫଳରେ ବ୍ରହ୍ମପୁର, ବାଲିଗୁଡା, ରାୟଗଡା, ଆଦି ସ୍ଥାନକୁ ଯିବାକୁ ଥିବା ଗାଡ଼ି ମଟର ଆଦି ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଥିଲା। ରୁଜାଙ୍ଗିରେ ତିନୋଟି ନଳକୂପ ଥିଲେ ମଧ୍ୟ ସବୁଗୁଡ଼ିକ ଅଚଳ ହୋଇପଡ଼ିଛି। ସେହିପରି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଅଚଳ, ମରାମତି କରିବା ପାଇଁ ବିଭାଗକୁ ବାରମ୍ବାର ଜଣେଇ ଥିଲେ ବି ସୁଫଳ ମିଳିଲା ନାହିଁ ଫଳରେ ଗତ ଚାରି ମାସ ହେଲା ପାନୀୟ ଜଳ ସୁବିଧା ନ ପାଇ ହନ୍ତସନ୍ତ ହେଉଥିଲେ ରୁଜାଙ୍ଗି ଲେଙ୍ଗେରି ସାହି ଗ୍ରାମବାସୀ। ଫଳରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାକୁ ପଡ଼ିଲା ବୋଲି ଗ୍ରାମର ସୁବାସିନୀ ବେହେରା, ସୁକୁମାରୀ ବେହେରା କହିଛନ୍ତି। ତେବେ ଖବର ପାଇ  ସଦର ଥାନା ପୁଲିସ,  ସରପଞ୍ଚ ଭରତ କହଁର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ଦୁଇ ଦିନ ମଧ୍ୟରେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ଓ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ଗ୍ରାମବାସୀ ମନେ ପୂର୍ବରୁ ଜଣେଇଥିଲେ ପନୀୟଜଳ ସମସ୍ୟା ସମାଧାନ ହୋଇ ପାରିଥାନ୍ତା, ବର୍ତ୍ତମାନ ଅତିଶୀଘ୍ର ସେମାନଙ୍କ ସମସ୍ୟା ଦୂର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ ବି.କେ ଦାସ କହିଛନ୍ତି ।

Comments are closed.