ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ପାଟଣା : କେନ୍ଦୁଝର ଜିଲା ପାଟଣା-ଢେଙ୍କିକୋଟ ରାସ୍ତା ୨୨୦ନମ୍ବର ଜାତୀୟ ରାଜପଥର କାଶିଆ ବୁଲାଣି ରାସ୍ତାରେ ସୋମବାର ଅପରାହ୍ନ ସାଢେ ୫ଟା ସମୟରେ ଭାରସାମ୍ୟ ହରାଇ ଏକ ବାଇକ୍ ଶାଳ ଗଛକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକରେ ଥିବା ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ପାଟଣା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକ ଓ ଗୁରୁତରଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଛି। ପାଟଣା ପୁଲିସ ଘଟଣାର ତଦନ୍ତ କରୁଛି । ଦୁଇ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକ ଓ ଗୁରୁତରଙ୍କ ସଠିକ ପରିଚୟ ମିଳିପାରି ନଥିବା ବେଳେ ସେମାନଙ୍କ ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅରୁହା ଅଞ୍ଚଳର ବୋଲି ଜଣାପଡିଛି । ସଙ୍କଟାପନ୍ନ ଦୁଇ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.