ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ନରଣପୁର ଗ୍ରାମ ନିକଟ ବୁଲାଣିରେ ଶୁକ୍ରବାର ନାଳ ତଳକୁ ବାଇକ୍ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ହେଲେ ଆମ୍ବଗାଁର ପିଟର ନାୟକ(୩୫), ଗୁରୁତର ଜଣକ ଧର୍ମେନ୍ଦ୍ର ନାୟକ(୩୦)।

ଘଟଣାରୁ ପ୍ରକାଶ, ରାତ୍ର ପ୍ରାୟ ୨ଟା ସମୟରେ ବାଇକ୍ ନଂ(ଓଡି ୨୦ ଏ ୮୫୪୯) ଯୋଗେ ୩ ଜଣ କାଲିମା ଗାଁରୁ ଅଡବା ନିକଟସ୍ଥ ପଦାଗାଁକୁ ଆସୁଥିଲେ। କୌଣସି କାରଣ ବଶତଃ ନାରାୟଣପୁର ଗ୍ରାମ ନିକଟରେ ଥିବା ବୁଲାଣୀରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଗାଡିଟି ଖସିଯାଇଥିଲା। ଆହାତମାନଙ୍କୁ ଉଦ୍ଧାର କରି ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପିଟର ନାୟକଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଧର୍ମେନ୍ଦ୍ର ନାୟକଙ୍କ ମୁଣ୍ଡ ଓ ଆଖିରେ ଗଭିର ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ଅମୃତରାଜ ଜେନା କହିଛନ୍ତି। ଅନ୍ୟପଟେ ଅଡବା ଥାନା ପୁଲିସ ପଂହଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଛି।

Comments are closed.