ପଥର ଗଦାରେ ପିଟି ହୋଇ ବାଇକ୍ ଚାଳକ ମୃତ

ପାଟଣା : କେନ୍ଦୁଝର ଜିଲା ବାରିଆ ଥାନା ପାଣପଶି ବୁଲାଣି ନିକଟରେ ଏକ ପଥର ଗଦାରେ ପିଟି ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ଗ୍ରାମର ରଞ୍ଜିତ ନାୟକ(୨୨)। ସୂଚନା ମୁତାବକ, ଶୁକ୍ରବାର ମଧ୍ୟ ରାତ୍ରିରେ ରଞ୍ଜିତ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ବାରିଆ ଥାନା ପାଣପଶି ବୁଲାଣି ନିକଟରେ ରଞ୍ଜିତଙ୍କ ବାଇକ୍ ଏକ ପଥର ଗଦାରେ ପିଟି ହୋଇଥିଲା। ଫଳରେ ରଞ୍ଜିତ ସେଠାରେ ଗୁରୁତର ହୋଇପଡିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଡାକ୍ତରଖରାନା ନିଆଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ରଞ୍ଜିତଙ୍କ ମୃତ୍ୟୁରେ ଖିରେଇଟାଙ୍ଗିରୀ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Comments are closed.