ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ : ଜଣେ ମୃତ, ୩ ଗୁରୁତର

ସମ୍ବଲପୁର : ସମ୍ବଲପୁର ଜିଲା ଅଇଁଠାପାଲି ଛକ ନିକଟ ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡ଼ି ଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଗୁରୁତରଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତି କରାଯାଇଛି। ଉକ୍ତ ଟ୍ରକଟି ଗୋଟିଏ ଅଟୋକୁ ଧକ୍କା ଦେବା ପରେ ଲୋକଙ୍କ ଉପରେ ମାଡ଼ିଯାଇଥିଲା ବୋଲି ସୂଚନା ମିଳିଛି।

Comments are closed.