ସଡ଼କ ଦୁର୍ଘଟଣାରେ ଝିଅ, ଝିଆରୀ ମୃତ; ମାଆ ଗୁରୁତର

ଢେଙ୍କାନାଳ : ଢୋଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ପେଟ୍ରୋଲପମ୍ପ ନିକଟରେ ସଡ଼କ ଦୁର୍ଘଟଣାରେ ଝିଅ, ଝିଆରୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରତର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଏକ ସ୍କୁଟିରେ ମାଆ, ଝିଅ, ଝିଆରୀ ତିନି ଜଣ ଏକତ୍ର ଯାଉଥିବାବେଳ ଏକ କୋଇଲା ବୋଝେଇ ଟ୍ରକ ଆସି ସ୍କୁଟିକୁ ଧକ୍କା ଦେଇଥିଲା। ଯାହାଦ୍ୱାରା ଘଟଣାସ୍ଥଳରେ ଝିଅ, ଝିଆରୀଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ମାଆକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।