ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ; କ୍ଷତିପୂରଣ ଦାବୀରେ ଗ୍ରାମବସୀଙ୍କ ରାସ୍ତା ଅବରୋଧ

ଛତ୍ରପୁର : ଛତ୍ରପୁର ଥାନା ଅଧିନ ରଙ୍ଗାମାଟିଆ ଛକ ନିକଟରେ ଏକ ସ୍କୁଟି ସହ ଟ୍ରକ୍ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟିରେ ଥିବା ହଂସପୁର ଗ୍ରାମର ଶିବୁ ନାହାକଙ୍କ ସ୍ତ୍ରୀ ଶୋଭାମଣି ନାହାକଙ୍କ ମୃତ୍ୟୁ ହୋଇଛି। ଗ୍ରାମବସୀମାନେ ଖବର ପାଇଁ ଦୃଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ମାଧପୁରଠାରୁ ପୁରୁଷୋତ୍ତମପୁର ଯାତାୟତ ବନ୍ଦ ରହିଛି। ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ପହଞ୍ଚି ଗାଡି ଚାଳକକୁ ଅଟକ ରଖିଛି। ଗ୍ରାମ ନିକଟରେ ବାଲି ରେମ୍ପ ଥିବାରୁ ଏହିସବୁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହୋଇଛି। କ୍ଷତିପୂରଣ ଦାବୀରେ ଏଯାବତ ରାସ୍ତା ଅବରୋଧ ଜାରି ରହିଛି।

Comments
Loading...