ଅଜଣା ଟ୍ରକ୍ ଧକ୍କାରେ ଦୁଇ ଗୁରୁତର 

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥର ପିପିଳିଆ ଛକ ନିକଟରେ ବୁଧବାର ସନ୍ଧ୍ୟା ୮ଟା ସମୟରେ ଏକ ଅଜଣା ଲୁହାପଥର ବୋଝେଇ ଟ୍ରକ୍ ଧକ୍କାରେ ଦୁଇ ଜଣ ଗୁରୁତର ହୋଇଛନ୍ତି।  ଢେଙ୍କିକୋଟରୁ ଗୋପପୁର ଗ୍ରାମକୁ ଫେରୁଥିବାବେଳେ ପିପିଳିଆ ହମ୍ପସ ନିକଟରେ ଟ୍ରକ୍ଟି ଲୁନା କୁ ଧକ୍କା ଦେଇଥିଲା। ଗୁରୁତର ଦୁଇ ଜଣ ଗୋପପୁର ଗ୍ରାମର ଟୁନା ନାଏକ(୩୨) ଏବଂ ଧର ନାଏକ(୩୫) ବୋଲି ଜଣାପଡିଛି। ଦୁର୍ଘଟଣାରେ ଟୁନା ନାଏକଙ୍କ ଗୋଡ଼ ଭାଙ୍ଗିଯାଇଥିବାବେଳେ ଧର ନାଏକଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏନ୍ ଏଚ୍ ଆମ୍ବୁଲାନ୍ସରେ ଦୁଇ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲ୍ ନିଆଯାଇଛି।ଦୁର୍ଘଟଣା ପରେ ଏଠାରେ ଉତ୍ତେଜନା ପ୍ରକାଶ ପାଇବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି। ଖବର ପାଇ ଢେଙ୍କିକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି।

Comments are closed.